
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଲକ୍ ଡାଉନ ପରେ ଫେରାଇ ଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନ୍ଫ୍ରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । କରୋନା କଟକଣା ଯୋଗୁଁ ଗୁଜରାଟରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଅଣାଯିବା ପାଇଁ ଏଠାରେ ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶା ଫେରିବା ପରେ ପଂଜିକରଣ ବାଧ୍ୟତାମୂଳକ କରାଯିବ । ଶ୍ରମୀକମାନଙ୍କୁ ବସ୍ଯୋଗେ ଫେରାଇ ଅଣାଯିବ ବୋଲି ସୁଚନା ମିଳିଛି । ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ର ରୋଡ଼ ଟ୍ୟାକ୍ସ ଛାଡ଼ କରିବାପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସ୍ଥିର ହୋଇଛି । ସୁଚନାଯୋଗ୍ୟ ଏହି ଲକ୍ ଡାଉନ କଟକଣା ଯୋଗୁଁ ଗଂଜାମ ଜିଲ୍ଳାର ବହୁ ଶ୍ରମିକ ଗୁଜରାଟରେ ଫଶି ରହିଛନ୍ତି ।






