Home Breaking ଚେନ୍ନାଇରୁ ଡଙ୍ଗା ସାହାର୍ଯ୍ୟରେ ସମୁଦ୍ର ପଥରେ ପାତି ସୁନାପୁର ଗ୍ରାମରେ ପହଂଚିଲେ ୩୮ ଜଣ ...

ଚେନ୍ନାଇରୁ ଡଙ୍ଗା ସାହାର୍ଯ୍ୟରେ ସମୁଦ୍ର ପଥରେ ପାତି ସୁନାପୁର ଗ୍ରାମରେ ପହଂଚିଲେ ୩୮ ଜଣ ମତ୍ସ୍ୟଜୀବୀ, ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିଲା ଜିଲ୍ଲା ପ୍ରଶାସନ ।

YouTube video

ଚେନ୍ନାଇରୁ ଡଙ୍ଗା ସାହାର୍ଯ୍ୟରେ ଶନିବାର ସଂଧ୍ୟାରେ ୩୮ ଜଣ ମତ୍ସ୍ୟଜୀବୀ ପାତି ସୁନାପୁର ଗ୍ରାମରେ ପହଂଚିଥିଲେ । ଏହି ଡଂଗାରେ ଦୀର୍ଘ ୫ଦିନ ଧରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିବା ପରେ ସେମାନେ ପହଂଚିଥିବା କହିଛନ୍ତି । ଏହି ଡଂଗାରେ ପାତି ସୁନାପୁର ଗ୍ରାମର ୨୮ଜଣ, ରାମେୟା ପାଟଣାର ୪ଜଣ ଓ ଆନ୍ଧ୍ର ପ୍ରଦେଶର ୬ଜଣ ଲୋକ ଥିବା କୁହାଯାଇଛି । କରୋନା କଟକଣା ଯୋଗୁଁ ଭୋକ ଉପାସରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିଥିବା କୁହାଯାଇଛି । ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଚେନ୍ନାଇରୁ ଗୋଟିଏ ଯାନ୍ତ୍ରୀକ ଡଂଗା ସାହାର୍ଯ୍ୟରେ ସେମାନେ ଏଠାକୁ ଆସି ପହଂଚିଛନ୍ତି । କିଛିଦିନ ପୂର୍ବେ ଏପରି କିଛି ମତ୍ସ୍ୟଜୀବୀ ଡଂଗାରେ ପହଂଚିଥିବା ଯୋଗୁଁ ସେମାନଙ୍କୁ ଗିରିସୋଲାଠାରେ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା କୁହାଯାଇଛି । ଚେନ୍ନାଇ ଉପକୁଳରୁ ଡଂଗାରେ ଶ୍ରମିକମାନେ ଗଂଜାମ ଫେରିବା ପରେ ସରକାରଙ୍କ ତରଫରୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ଅନ୍ୟପଟେ ତଟବର୍ତ୍ତୀ ଅଂଚଳ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।