
ଗଂଜାମ ଜିଲ୍ଲା ହେଣ୍ଡ୍ବଲ୍ ସଂଗଠନ ଓ ବ୍ରହ୍ମପୁର ବାସ୍କେଟବଲ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳନ ଖଲିକୋଟ କଲେଜ ଖେଳ ପଡ଼ିଆଠାରେ ଗଂଜାମ ଜିଲ୍ଲା ହେଣ୍ଡ୍ବଲ୍ ସଂଗଠନ ଓ ବ୍ରହ୍ମପୁର ବାସ୍କେଟବଲ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ହେଣ୍ଡ୍ବଲ୍ ସଂଗଠନର ସଭାପତି ଅଶୋକ କୁମାର ଶୁକ୍ଳା, ସମ୍ପାଦକ ସୁରେଶ ପାଢ଼ୀ, ବରିÂ କ୍ରୀଡ଼ା ପ୍ରଶିକ୍ଷକ ପ୍ରକାଶ ପଣ୍ଡା, କୋଚ୍ ପ୍ରଶାନ୍ତ ରଥ, ରେଫେରୀ ରାଜ ନାରାୟଣ ପାତ୍ରଙ୍କ ସମେତ ଶରତ ପଣ୍ଡା ଓ ଗଣେଷ ହୋତା ପ୍ରମୁଖ ଉପସ୍ଥିତ ରହି ଧ୍ୟାନଚାନ୍ଦଙ୍କ ଉଦେଶ୍ୟରେ ଖେଳାଳିମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଏଠାରେ ଗଂଜାମ ଜିଲ୍ଲା ହେଣ୍ଡ୍ବଲ୍ ସଂଗଠନ ତରଫରୁ ଗୋଳାବନ୍ଧ ଜୁନିୟର ଓ ବ୍ରହ୍ମପୁର ଜୁନିୟର ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚ୍ ଆୟୋଜନ କରାଯାଇଥିଲା । ବାସ୍କେଟବଲ୍ ଆସୋସିଏନ ତରଫରୁ ବାଳିକା ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚ୍ ଆୟୋଜନ କରାଯାଇଥିଲା ।






