Home Breaking ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ...

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଖୋଲିଲା ଆଉ କିଛି ଦୋକାନ, ସମୟ ଅତିବାହିତ ପରେ ଖୋଲାଥିବା ଦୋକାନୀଙ୍କୁ ପୋଲିସ ତାଗିଦ ।

YouTube video

ବ୍ରହ୍ମପୁର ମହାଗରରେ କରୋନା କଟକଣା ଯୋଗୁଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ସରକାରଙ୍କ ପୁନର୍ବାର ନିଷ୍ପତ୍ତି ଅନୁଯାୟୀ ରବିବାରଠାରୁ ଆଉ କିଛି ଦୋକାନ ଖୋଲାଯାଇଛି । ତେବେ ରେଷ୍ଟୁରାଣ୍ଟ, ହୋଟେଲ ବନ୍ଦ ଥିବାବେଳେ ମଦ, ଗୁଟ୍ଖା ବିକ୍ରି ପାଇଁ ନିଷାଧାଜ୍ଞା ଜାରି ରହିଛି । ଏପରି କଟକଣା ଫଳରେ ବ୍ରହ୍ମପୁରର ବିଭିନ୍ନ ରାସ୍ତାଘାଟରେ ଜନଶୁନ୍ୟ ପରିଲକ୍ଷିତ ହୋଇଥିବାବେଳେ କିଛି ଅମାନିଆ ବ୍ୟକ୍ତିଙ୍କ ସହ ଅନ୍ୟ କେତେକ ଯାତ୍ରୀ ନିଜ ନିଜ ଜରୁରୀ କାମ ପାଇଁ ଯାତାୟତ କରୁଥିବା ଲକ୍ଷ୍ୟ କରାଯାଇଛି । କଟକଣା ଲାଗି ରହିଥିଲେ ସୁଦ୍ଧା ମହାନଗରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ନିକଟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ପୋଲିସ ଓ ଅନ୍ୟାନ୍ୟ ପୋଲିସ ନିଜର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ବଡ଼ ବଜାର ଅଂଚଳରେ କିଛି ଦୋକାନ ଖୋଲା ରଖିଥିବା ଯୋଗୁଁ ସେମାନଙ୍କୁ ପୋଲିସ ପକ୍ଷରୁ ତାଗିଦ କରାଯିବା ସହ ଜରିମାନା ଆଦାୟ କରାଯାଇଛି । ବିନା କାରଣରେ କେହି ଘରୁ ନ ବାହାରିବାପାଇଁ ପୋଲିସ ପକ୍ଷରୁ ନିବେଦନ କରାଯାଉଛି । ଜରୁରୀ ସମୟରେ ସମସ୍ତେ ମାକ୍ସ ପରିଧାନ କରିବାକୁ କୁହାଯାଇଛି ।