
ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଛି । ତେବେ ଏହି କଟକଣାକୁ ବ୍ରହ୍ମପୁରରେ କିଛି ଅମାନିଆ ମାନୁ ନଥିବା ପରିଲକ୍ଷିତ ହୋଇଛି । ମେଡ଼ିକାଲ୍ ଖେଳ ପଡ଼ିଆରେ ପ୍ରତିଦିନ ସକାଳେ ବହୁ ଜନସାଧାରଣ ଖେଳିବା ସହ ବ୍ୟାୟାମ କରିବା ପରିଲକ୍ଷିତ ହୋଇଛି । ସେହିପରି ମହାନଗରର ବିଭିନ୍ନ ରାସ୍ତାରେ ବହୁ ଜନସାଧାରଣ ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ଓ ପରାମର୍ଶ ଦେଲେ ସୁଦ୍ଧା କିଛି ଅମାନିଆ ଏହାକୁ ମାନୁନଥିବା ଲକ୍ଷ୍ୟ କରାଯାଇଛି । ତେବେ ଅତି ଜରୁରୀ ନଥିଲେ କରୋନା ମହାମାରୀ କାରଣରୁ ଘରେ ରହିବାକୁ କୁହାଯାଉଥିଲେ ମଧ୍ୟ ଅମାନିଆମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଏପରି ସ୍ଥଳେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ତରଫରୁ ବିଭିନ୍ନ ଛକରେ ଯାଂଚ କରାଯିବା ସହ ଅମାନିଆଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ପ୍ରତ୍ୟେକ ଜନସାଧାରଣ ନିଜକୁ ସୁରକ୍ଷିତ ରଖିବା ପାଇଁ ବିନା କାରଣରେ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।






