
କରୋନା କଟକଣା ଲାଗି ରହିଥିବାବେଳେ ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରଠାରେ ଏକ ଘର କାମ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗପରେ ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ନିର୍ଦେଶକ୍ରମେ ଘର କରୁଥିବା ମାଲିକଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଯଦି କରୋନା କଟକଣା ସମୟରେ ବିନା ଅନୁମତିରେ କେହି ଏପରି କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କମିଶନର ରାଠୋର ପ୍ରକାଶ କରିଛନ୍ତି । ଜନୈକ ପୁସ୍ତକ ବିକ୍ରୟ ମାଲିକ ଏପରି ଘର କାମ କରୁଥିବାବେଳେ ଏହି କାର୍ଯ୍ୟକୁ ବନ୍ଦ କରାଯିବା ସହ ନିଗମ ପକ୍ଷରୁ ଜରିମାନା ଆଦାୟ କରାଯାଇଥିଲା ।






