Home Regional କରୋନା କଟକଣାକୁ ଦୃଷ୍ଟିରେ ରଖି ବହୁ ଜନସାଧାରଣ ଅନ୍ୟ ରାଜ୍ୟରୁ ସମୁଦ୍ର ପଥ ଦେଇ ଜାହାଜରେ...

କରୋନା କଟକଣାକୁ ଦୃଷ୍ଟିରେ ରଖି ବହୁ ଜନସାଧାରଣ ଅନ୍ୟ ରାଜ୍ୟରୁ ସମୁଦ୍ର ପଥ ଦେଇ ଜାହାଜରେ ଚାଲିଆସୁଛନ୍ତି, ମେରାଇନ ଥାନା ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ ।

YouTube video

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ବହୁ ଜନସାଧାରଣ ଅନ୍ୟ ରାଜ୍ୟରୁ ସମୁଦ୍ର ପଥ ଦେଇ ଜାହାଜରେ ଚାଲିଆସୁଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବେ ଏହିପରି କିଛି ସମୁଦ୍ର ପଥଚାରୀଙ୍କୁ ଗିରିସୋଲା ପୋଲିସ ପକ୍ଷରୁ ଉଦ୍ଧାର କରାଯାଇ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଏକ ଜାହାଜରେ ଶତାଧିକ ଜନସାଧାରଣ ଆସୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ତେବେ ବ୍ରହ୍ମପୁର ପୋଲିସ ବିଭାଗ ଓ ମେରାଇନ ଥାନା ପୋଲିସ ତରଫରୁ ସମୁଦ୍ର ପଥରେ ଆସୁଥିବା ଲୋକଙ୍କ ପ୍ରତି ସଜାଗ ଦୃଷ୍ଟି ରଖାଯାଇଛି । ସମୁଦ୍ରପଥ ଦେଇ ଯେପରି କେହି ନ ଆସିବେ ସେଥିପାଇଁ ମେରାଇନ ଥାନା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଗଂଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଥିବା ୨ଟି ମେରାଇନ ଥାନାର କର୍ମଚାରୀମାନେ ଦିନରାତି ଏଥିପ୍ରତି ଦୃଷ୍ଟିଦେବା ସହ ଜଗି ରହିଛନ୍ତି । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସଚେତନ କରାଯାଇଛି । ବାହାର ଲୋକ ଯଦି କେହି ସମୁଦ୍ରପଥ ଦେଇ ଆସନ୍ତି ତେବେ ପୋଲିସକୁ ଖବର ଦେବାପାଇଁ କୁହାଯାଇଛି ।