
ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତର ବିଭିନ୍ନ ସମସ୍ୟାର ସମାଧାନ ନ ହେବାରୁ ଆଦିବାସୀ ମହିଳା ଲଳିତା ପ୍ରଧାନ ଆମରଣ ଅନଶନରେ ବସିଛନ୍ତି । ପାତ୍ରପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନସନରେ ବସିଛନ୍ତି ଲଳିତା ପ୍ରଧାନ । ତାଙ୍କ ଦାବି ଅନୁଯାୟୀ ଆଙ୍କୁଲି ପଂଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ , ତାଡକା ସାହିରେ ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ପ୍ରଥମ ପର୍ଯ୍ୟାୟର ନାମ ତାଲିକା ପ୍ରଦାନ, ତିତଲୀ ବାତ୍ୟାରେ ଘର ଭଙ୍ଗା ଟଙ୍କା ନ ମିଳିବା , ପଂଚାୟତରେ ହୋଇଥିବା ଗୃହ ଆବାସ ନିର୍ମାଣ ଦୁର୍ନୀତି ଓ ଟଙ୍କା ହଡପ ଇତ୍ୟାଦି ଦାବିରେ ସେ ଅନଶନ କରିଛନ୍ତି







