ଗଂଜାମ ଜିଲ୍ଲାପାଳଙ୍କ ଛତ୍ରପୁର ବ୍ଲକ୍ର ବିଭିନ୍ନ ଗ୍ରାମ ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର, ସ୍କୁଲ ଓ ଅଂଗନବାଡ଼ି କେନ୍ଦ୍ର ପରିଦର୍ଶନ, ଭିତ୍ତିଭୂମି ତଦାରଖ ।

YouTube video

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଛତ୍ରପୁର ବ୍ଲକ୍ର ବିଭିନ୍ନ ଗ୍ରାମ ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର, ସ୍କୁଲ ଓ ଅଂଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେ ଏହି କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ତଦାରଖ କରିବା ସହ ଲକ୍ ଡାଉନ ଅବଧି ସରିବା ପରେ ବାହାର ରାଜ୍ୟରେ ଥିବା ଲୋକମାନେ ନିଜ ନିଜ ଗ୍ରାମକୁ ଆସିବାର ତାଲିକା ଏବଂ କେନ୍ଦ୍ରଗୁଡ଼ିକରେ ଖାଦ୍ୟ, ବିଦ୍ୟୁତ, ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା କିପରି ଅଛି ସେଥିନେଇ ପଂଚାୟତର ସରପଂଚଙ୍କ ସେ ଆଲୋଚନା କରିଥିଲେ । ଏହି ଅବସରରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଂଜନ ପଣ୍ଡା, ଛତ୍ରପୁର ସିଡିପିଓ କ୍ରୀଷ୍ଣା କୁମାରୀ ନନ୍ଦ ଓ ଛତ୍ରପୁର ବିଇଓ ଅଭିନାଶ ଶତପଥୀଙ୍କ ସମେତ ବ୍ଲକ୍ କର୍ମଚାରୀମାନେ ଉପସ୍ଥିତ ଥିଲେ ।