
ଆଗାମୀ ରମ୍ଜାନ ପର୍ବପାଇଁ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନେଇ ଏକ ଜରୁରୀ ବୈଠକ ଗୁରୁବାର ସଂଧ୍ୟାରେ ଟାଉନ ଥାନା ପରିସରରେ ଅନୁÂିତ ହୋଇଯାଇଛି । କରୋନା କଟକଣା ଲାଗି ରହିଥିବା ଯୋଗୁଁ ରମ୍ଜାନ ମାସରେ ସମସ୍ତ ମୁସଲମାନ ଭାଇମାନେ ମସ୍ଜିଦ୍କୁ ନଯାଇ ନିଜ ନିଜ ଘର ମଧ୍ୟରେ ନମାଜ ପାଠ କରିବାପାଇଁ ଏଠାରେ ନିବେଦନ କରାଯାଇଥିଲା । ସାମାଜିକ ଦୁରତ୍ୱ ଅବଲମ୍ବନ କରି ନାମଜ ପାଠ କରିବାକୁ ଏଠାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ପରାମର୍ଶ ଦେଇଥିଲେ । ରମ୍ଜାନ ପର୍ବ ପାଳନ ବେଳେ ସମୁହ ପ୍ରାର୍ଥନା ନ କରିବା ସହ ଇଫ୍ତାର ପାର୍ଟିରେ ମାତ୍ର ୫ଜଣ ଲେଖାଏଁ ସାମିଲ ହୋଇ ପ୍ରତ୍ୟେକ ସଦସ୍ୟଙ୍କ ଘରେ ପହଂଚାଇବାପାଇଁ ପରାମର୍ଶ ଦିଆଯାଇଥିଲା ।






