ମହାନଗରର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଜାରି. ଡିଜିଟାଲ ଥର୍ମୋ ମିଟର ଜରିଆରେ ଅଂଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକଙ୍କ ତଥ୍ୟ ସଂଗ୍ରହ ।

YouTube video

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ମହାନଗରର ବିଭିନ୍ନ ଅଂଚଳରେ କରୋନା ରୋଗୀଙ୍କ ଚିହ୍ନଟ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି । ଡିଜିଟାଲ ଥର୍ମୋ ମିଟର ଜରିଆରେ ସାହିକୁ ସାହି ବୁଲି ଅଂଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକ ଉପସ୍ଥିତ ରହି ଲୋକମାନଙ୍କଠାରୁ ଏପରି ତଥ୍ୟ ସଂଗ୍ରହ କରୁଛନ୍ତି । ଗୁରୁବାର ୩୧ନଂ ୱାର୍ଡ ଅଂଚଳରେ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ଉପସ୍ଥିତିରେ ବହୁ ସାହି ବାସିନ୍ଦାଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବା ସହ ସେନିଟାଇଜର୍ରେ ହାତ ଧୁଆଯାଇ ମାକ୍ସ ବଣ୍ଟନ କରାଯାଇଥିଲା । ଏଥିରେ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ଲୋକମାନଙ୍କ ଜ୍ୱର, କାଶ, ଥଣ୍ଡା ଅଛିକି ନାହିଁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ । ଏଥିରେ ଏ. ଗାୟତ୍ରୀ, ମିତାଂଜଳୀ ଶତପଥୀ, ପ୍ରିୟଂକା ପାତ୍ର, ସି.ଏଚ୍ ଭାଗ୍ୟଲତା, ଗୀତା ନାୟକ, ବିଜୟଲକ୍ଷ୍ମୀ ମହାରଣା, ବୈଜୟନ୍ତୀ ମହାନ୍ତି ଓ ମନୋରମା ସାହୁ ପ୍ରମୁଖ ସହଯୋଗ କରିଥିଲେ ।