କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କଲେ ମିଳିବ ଆଇଟିଆଇ ଶିକ୍ଷାନୁଷ୍ଠାନ ତରଫରୁ ସ୍କ୍ରାପ କାନ୍ଥଘଣ୍ଟା ।

YouTube video

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଉଁମାନେ ୧୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରିବେ ସେମାନଙ୍କୁ ଆଇଟିଆଇ ଶିକ୍ଷାନୁଷ୍ଠାନ ତରଫରୁ ସ୍କ୍ରାପ କାନ୍ଥଘଣ୍ଟା ପ୍ରଦାନ କରାଯାଉଛି । ଏହି କାନ୍ଥ ଘଣ୍ଟାକୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବାବେଳେ ଏହି ଘଣ୍ଟାକୁ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବ ଶୁଭାରମ୍ଭ କରିଥିଲେ । ଶହେଟି ଘଣ୍ଟା ବର୍ତ୍ତମାନ ସୁଦ୍ଧା ତିଆରି କରାଯାଇଛି । ଯଦି ଗୋଟିଏ ଘଣ୍ଟା ପାଇଁ ୧୦ ହଜାର ଟଙ୍କା ରାଜ୍ୟ ସରକାରଙ୍କୁ ମିଳେ ତାହା ହେଲେ ଶହେଟି ଘଣ୍ଟା ବଦଳରେ ୧୦ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପାଣ୍ଠିକୁ ମିଳିବ ବୋଲି ଅଧ୍ୟକ୍ଷ ଇଂ. ରଜତ କୁମାର ପାଣିଗ୍ରାହୀ ସୁଚନା ଦେଇଛନ୍ତି । ଏହାହିଁ ଛାତ୍ରଛାତ୍ରୀଙ୍କ ସରକାରଙ୍କୁ ଦାନ ବା ସହଯୋଗର ଏକ ମାଧ୍ୟମ ହେବ ବୋଲି ସେ କହିଛନ୍ତି ।