
କୋଟିନଡ଼ାଠାରୁ ଛତିଶଗଡ଼କୁ ଚାଲି ଚାଲି ଯାଉଥିବାବେଳେ ବୁଧବାର ସଂଧ୍ୟାରେ ୧୬ଜଣ ଶ୍ରମିକଙ୍କୁ ଦିଗପହଣ୍ଡି ଅଂଚଳରେ ଉଦ୍ଧାର କରାଯାଇଛି । ଯୁବନେତା ନିରଂଜନ ରେଡ୍ଡୀ ଏହି ଶ୍ରମିକମାନଙ୍କ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନିର୍ଦେଶକ୍ରମେ ୧୬ଜଣ ଶ୍ରମିକଙ୍କୁ ସିଦେ୍ଧଶ୍ୱର କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି । ଏଠାରେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯାଇଛି । ସୁଚନାଯୋଗ୍ୟ ଶ୍ରମିକମାନେ ଏକ ଇଟା ଭାଟିରେ କାମ କରୁଥିବାବେଳେ ମାଲିକ ସେମାନଙ୍କୁ କାମରୁ ବାହାର କରିଦେବା ଫଳରେ ସେମାନେ ନିଜ ଘର ଅଭିମୂଖେ ଚାଲି ଚାଲି ଯାଉଥିବା କହିଛନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ରହିଛନ୍ତି ।






