ଲକଡାଉଡ଼ କଟକଣା ଯୋଗୁଁ ବ୍ରହ୍ମପୁରରେ ଅଟୋ ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ, ସରକାର ସହାୟତା ପାଇଁ ନିବେଦନ ।

YouTube video

କରୋନା କଟକଣା ଯୋଗୁଁ ବ୍ରହ୍ମପୁରରେ ଅଟୋ ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ସରକାରଙ୍କ ତରଫରୁ ସହାୟତା ଦେବାକୁ ଦାବି ହୋଇଛି । ଗୁରୁବାର ଶିଳ୍ପାଂଚଳ ସକଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଂକୁଲି, ଲାଂଜିପଲ୍ଲୀ ଓ ଶିଳ୍ପାଂଚଳ ଅଂଚଳର ଅଟୋ ଚାଳକମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବା ପରେ ଏ ସଂକ୍ରାନ୍ତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଚାଳକମାନଙ୍କୁ ସହାୟତା ଯୋଗାଇଦେବାପାଇଁ ନିବେଦନ କରାଯାଇଛି । ସେହିପରି ଗାଡ଼ିର ଇନ୍ସ୍ୟୁରାନ୍ସ ଟ୍ୟାକ୍ସ ଛାଡ଼ କରିବାପାଇଁ ନିବେଦନ କରାଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଯୋଗଦେଇ ଅଟୋ ଚାଳକମାନଙ୍କ ବିିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି ଅବସରରେ ସଂଜୟ ନାୟକ, ମିଟୁ ପଣ୍ଡା, ଅରୁଣ ପଣ୍ଡା, ପ୍ରକାଶ ସେଠୀ, ଅଶୋକ ସାହୁ, ମଂଗୁଳୁ ପାତ୍ର ଓ ଡମ୍ବରୁଧର ବିଶୋୟୀଙ୍କ ସମେତ ବହୁ ଅଟୋ ଚାଳକ ଉପସ୍ଥିତ ଥିଲେ ।