
ବର୍ତ୍ତମାନ କରୋନା କଟକଣା ଲାଗି ରହିଥିବାବେଳେ ବ୍ରହ୍ମପୁର ମହାନଗରରେ ପୋଲିସ ପକ୍ଷରୁ ବେଆଇନ ମଦ କାରବାର ଓ ଗୁଟ୍ଖା କାରବାର ଉପରେ ଚଢ଼ାଉ ଜାରି ରହିଛି । ଗୋଳନ୍ଥରା ଥାନା ପକ୍ଷରୁ ଦେଶୀ ବେହେରା ସାହି ଅଂଚଳରୁ ବହୁ ପରିମାଣର ନକଲି ଗୁଟ୍ଖା ଜବତ କରାଯାଇଥିବାବେଳେ ବୁଧବାର ରାତିରେ ପୁଣି ଥରେ ବଡ଼ ବଜାର ଥାନା ପୋଲିସ ପକ୍ଷରୁ ଜେନା ସାହିଠାରେ ଥିବା ବହୁ ଗୁଟ୍ଖା ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା । ବଡ଼ ବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତିଙ୍କ ନେତୃତ୍ୱରେ ଏପରି ଚଢ଼ାଉ କରାଯାଇ ବହୁ ପରିମାଣର ଗୁଟ୍ଖା ଜବତ କରାଯାଇଛି । ଗୁରୁବାର ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଏପରି ଗୁଟଖା ଚଢ଼ାଉ ଜାରି ରହିଥିଲା । ଏ ସଂକ୍ରାନ୍ତରେ ଏକ ବଡ଼ ରାକେଟ କାର୍ଯ୍ୟ କରୁଥିବା ଜଣାପଡ଼ିଛି । କରୋନା ମହାମାରୀ ସମୟରେ ଗୁଟ୍ଖା ଓ ମଦ କାରବାର ବନ୍ଦ ରହିଥିବାବେଳେ ଏପରି ଚଢ଼ାଉ ନେଇ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।






