
ଚକ୍ଷୁ ଦାନ ମହତ୍ତ ଦାନ ବାର୍ତ୍ତା ନେଇ ଶୁକ୍ରବାର ପୁରୁଣା ବସ୍ଷ୍ଟାଣ୍ଡ୍ଠାରୁ ଓଡ଼ିଶା ସର୍ଭିସ ସେଣ୍ଟର ଫର ବ୍ଲାଇଣ୍ଡ ତରଫରୁ ଚକ୍ଷୁଦାନ ପକ୍ଷ ପାଳନ କରାଯାଇଥିଲା । ଏହି ଅବସରରେ ଏକ ରାଲି ବାହାରି ଅଂଚଳ ପରିକ୍ରମା କରିଥିଲା । ଏଥିରେ ଅନୁଷ୍ଠାନର ନିର୍ଦେଶକ ଭବାନୀ ଶଙ୍କର ପାଢ଼ୀ ନେତୃତ୍ୱ ନେଇଥିବାବେଳେ ସିଡିଏମ୍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଚକ୍ଷୁ ବିଭାଗୀୟ ଅଧ୍ୟାପକ ଡାକ୍ତର ରଂଜିତ କୁମାର ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଏମ୍କେସିଜି ମେଡ଼ିକାଲ୍ କଲେଜ ଚକ୍ଷୁ ବିଭାଗର ବହୁ ଛାତ୍ରଛାତ୍ରୀଙ୍କ ସମେତ ଦୃଷ୍ଟିହୀନ ସେବା କେନ୍ଦ୍ରର ଛାତ୍ରୀମାନେ ଯୋଗଦେଇଥିଲେ ।






