କରୋନାର ମୁକାବିଲା ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରିଙ୍କୁ ଆମ୍ବପୁଆ ଅଂଚଳରେ ପୁଷ୍ପହାର ପ୍ରଦାନ ପୂର୍ବକ ସ୍ୱାଗତ ।

କରୋନାର ମୁକାବିଲା ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ ସିଂଚନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ ସହକାରୀ ଅଧିକାରୀ ସନାତନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିଂଚନ କରାଯାଉଥିବାବେଳେ ବୁଧବାର ଆମ୍ବପୁଆ ଅଂଚଳରେ ସେମାନଙ୍କୁ ଅଂଚଳବାସୀଙ୍କ ତରଫରୁ ପୁଷ୍ପହାର ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏପରି ସିଂଚନ କରୁଥିବା ଯୋଗୁଁ ସେମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ମଂଗଳବାର ଭଂଜବିହାରସ୍ଥିତ ଷ୍ଟେଟବ୍ୟାଙ୍କ ଶାଖା, ଗୋପାଳପୁର, ଖୋଡ଼ାସିଂଗି ଏଲ୍ଆଇସି ଅଫିସ କାର୍ଯ୍ୟାଳୟ, ସମାଜ କାର୍ଯ୍ୟାଳୟ, କାନାରା ବ୍ୟାଙ୍କ, ବୈକୁଣ୍ଠ ନଗର ଭେଣ୍ଡିଂ ଜୋନ, ଲୋଚାପଡ଼ା ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଅସ୍ଥାୟୀ ପରିବା ବଜାର, ହଳଦିଆପଦର ଓଭରବ୍ରିଜ ଓ ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଏପରି ବିଶୋଧନ କରାଯାଇଥିଲା ।