
କରୋନା କଟକଣା ଲାଗି ରହିଥିବାବେଳେ ବ୍ରହ୍ମପୁର ମହାନଗରରେ ପ୍ରତିଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି । ସେହିପରି ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲାଯାଉଛି । ଅତ୍ୟନ୍ତ ଜରୁରୀ ନଥିଲେ ଗାଡ଼ି ନ କାଡ଼ିବାକୁ ପରାମର୍ଶ ଦିଆଯାଉଥିବାବେଳେ ବହୁ ଅମାନିଆ ବିନା କାରଣରେ ଗାଡ଼ି ଚଳାଉଥିବା ଲକ୍ଷ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିଦିନ ପୋଲିସ ତରଫରୁ ଗାଡ଼ି ଯାଂଚ କରାଯାଉଛି । ସେହିପରି ଜିନିଷ କ୍ରୟ ବିକ୍ରୟ ସମୟରେ ମାକ୍ସ ପରିଧାନ କରିବା ସହ ସମଦୁରତା ଅବଲମ୍ବନ କରିବାପାଇଁ ପୋଲିସ ପକ୍ଷରୁ ସଚେତନତା ଜାରି ରହିଛି । ପ୍ରତ୍ୟେକ ଗାଡ଼ିରେ ଜଣେ ଜଣେ ଯିବାକୁ ନିର୍ଦେଶ ରହିଥିବାବେଳେ କେତେକ ୨ଜଙ୍କୁ ବସାଇ ଯାତାୟତ କରୁଥିବା ଲକ୍ଷ୍ୟ କରାଯାଇଛି । ତେଣୁ ପ୍ରତ୍ୟେକ ଜନସାଧାରଣ କରୋନାରୁ ରକ୍ଷା ପାଇବାକୁ ହେଲେ ବିନା କାରଣରେ ଘରୁ ନବାହାରି ନିଜ ନିଜ ଘର ମଧ୍ୟରେ ମେ ୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷିତଭାବେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।






