ଦେଶୀବେହେରା ସାହିରେ ନକଲି ଗୁଟ୍ଖା କାରଖାନା ଠାବ ଓ ଜବତ ଘଟଣାରେ ୫ଜଣଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ ।

YouTube video

ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ଦେଶୀବେହେରା ସାହିଠାରେ ଚଢ଼ାଉ କରାଯାଇଥିବା ଗୁଟ୍ଖା କାରଖାନା ଘଟଣାରେ ୫ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଗୁଟ୍ଖା ପ୍ରସ୍ତୁତ ସାମଗ୍ରୀ ଓ ୩ଟି ବାଇକ ଜବତ କରିଛି । ଗିରଫ ମାନଙ୍କ ମଧ୍ୟରେ କାହ୍ନୁ ଚରଣ ପାଣିଗ୍ରାହୀ, ଶ୍ରୀଧର ବେହେରା, ବି.ଶ୍ରିନିବାସ ପାତ୍ର, ସତ୍ୟ ନାରାୟଣ ଦାସ ଓ ବି.ରଂଜନ କୁମାର ପାତ୍ର ରହିଥିବା ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର ସୁଚନା ଦେଇଛନ୍ତି । ଏହି ଘଟଣାରେ ଅନ୍ୟ ୭ଜଣ ଫେରାର ଥିବା କୁହାଯାଇଛି । ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ଚଢ଼ାଉ ସମୟରେ ଉପସ୍ଥିତ ଥିଲେ ।