
କରୋନା କଟକଣା ଲାଗି ରହିଥିବାବେଳେ ମହାନଗରରେ ନକଲି ମଦ କାରବାର ସହ ଗୁଟ୍ଖା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମଂଗଳବାର ରାତିରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଲାଂଜିପଲ୍ଲୀ ବାଇପାସ ଜଳେଶ୍ୱରପୁରଠାରେ ଚାଲିଥିବା ଏକ ନକଲି ଦେଶୀମଦ ପ୍ରସ୍ତୁତ କରୁଥିବା ଭାଟି ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଏଠାରେ ୪ହଜାର ୭୪୦ଲିଟର ବେଆଇନ ଦେଶୀ ମଦ, ୨୦ଟି ଜାର୍କିନ ଜବତ କରାଯାଇଛି । ୨୩ହଜାର ୮ଶହ ଲିଟର ପୋଚ ସହ ପଲିଥିନ ପାଉଚ ଜବତ କରାଯାଇଛି । ସେହିପରି ମଦ ପ୍ରସ୍ତୁତ କରିବା ପାଇଁ ବ୍ୟବହ୍ୟତ ପ୍ୟାକିଂ ମେସିନ ମଧ୍ୟ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଦେଶୀ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ଅନ୍ୟ ୧୪ଜଣଙ୍କୁ ଗିରଫ କରାଯାଇଥିବା ଏଏସ୍ପି ପ୍ରଭାତ ରାଉତରାୟ ସୁଚନା ଦେଇଛନ୍ତି ।






