
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ବର୍ତ୍ତମାନ ଓଡ଼ିଶାରେ ପୁଣିଥରେ ୫ଜଣଙ୍କ କରୋନା ଆକ୍ରାନ୍ତଙ୍କୁ ମିଶାଇ ସର୍ବମୋଟ ୭୯ଜଣ ରାଜ୍ୟରେ କରୋନା ପଜିଟିଭ ରହିଛନ୍ତି । ପୂର୍ବରୁ ୨୯ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛ ଏବଂ ୪୯ଜଣ ରାଜ୍ୟରେ କରୋନାରେ ସକ୍ରୀୟ ରହିଥିବା ସୁଚନା ମିଳିଛି । ବ୍ରହ୍ମପୁରରେ ଏଯାବତ କରୋନା ପଜିଟିଭଙ୍କ ସମ୍ପର୍କରେ ସୁଚନା ମିଳିପାରିନାହିଁ । ବର୍ତ୍ତମାନ ୮୪୮ଜଣଙ୍କ ଗଂଜାମ ଜିଲ୍ଲାରେ କରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ କେହିହେଲ ପଜିଟିଭ ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି । ୮୪୮ଟି ପରୀକ୍ଷା ମଧ୍ୟରୁ ବର୍ତ୍ତମାନ ୬୫୮ଜଣଙ୍କ ସ୍ୱାବ ପରୀକ୍ଷା ନେଗେଟିଭ ଆସିଥିବା ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।






