Home Our Berhampur ଟିସ୍କୋ ଗୋପାଳପୁର ପ୍ରକଳ୍ପ ଗଂଜାମ ଦ୍ୱାରା ଦ୍ୱିତୀୟ ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ...

ଟିସ୍କୋ ଗୋପାଳପୁର ପ୍ରକଳ୍ପ ଗଂଜାମ ଦ୍ୱାରା ଦ୍ୱିତୀୟ ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଟିତ

YouTube video

ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ସଦ୍ଭାବନା ଗୃହ ପରିସରରେ ଶୁକ୍ରବାର ଓଡ଼ିଶା ସରକାର ଇସ୍ପାତ ଓ ଖଣି ବିଭାଗ ଆନୁକୁଲ୍ୟରେ ଟିସ୍କୋ ଗୋପାଳପୁର ପ୍ରକଳ୍ପ ଗଂଜାମ ଦ୍ୱାରା ଦ୍ୱିତୀୟ ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆର୍ଡିସି ଟି.ଆଓଙ୍କ ପୌରହିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଓ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଏସ୍.ପଲେଇ, ଟାଟାର ପରିଚାଳନା ନିର୍ଦେଶକ ପ୍ରଶାନ୍ତ କୁମାର ମଲ୍ଲୀକଙ୍କ ସମତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଟାଟା ପ୍ରକଳ୍ପ ବାସଚ୍ୟୁତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ବିସ୍ଥାପିତଙ୍କ ଥଇଥାନ ନେଇ ଏଠାରେ ବିଷଦବାଭେ ଆଲୋଚନା କରାଯାଇଥିଲା । ବିସ୍ଥାପିତ ଲୋକମାନଙ୍କ କିଭଳି ମୌଳିକ ସୁବିଧା ଯୋଗାଇଦିଆଯିବ ତତ୍ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍ କରଣ ଏବଂ ବିସ୍ଥାପିତ ଜମି ହରାଇଥିବା ଲୋକମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଟିସ୍କୋ ପ୍ରକଳ୍ପରେ ସମସ୍ତଙ୍କୁ ନିଯୁକ୍ତି ପ୍ରଦାନ କରାଯାଇପାରିବ ସେଥିନେଇ ଏଠାରେ ଆଲୋଚନା କରାଯାଇଥିଲା । ବିସ୍ଥାପିତ ଗ୍ରାମଗୁଡ଼ିକରେ ଏକ ଇଂରାଜୀ ଆଦର୍ଶ ମାଧ୍ୟମିକ ବିଦ୍ୟାଳୟ ଖୋଲିବା, ଖେଳ ପଡ଼ିଆ କରିବା, ପ୍ରତି ବିସ୍ଥାପିତ ଗ୍ରାମ ଗୁଡ଼ିକରେ ଜମି ପଟା ପ୍ରଦାନ କରିବା, ପ୍ରତି ପରିବାରରେ ଜଣକୁ ନିଯୁକ୍ତି ପ୍ରଦାନ କରିବାନେଇ ମଧ୍ୟ ଏଠାରେ ଆଲୋଚନା ହୋଇଥିଲା । ଏଥିରେ ବହୁ ବିସ୍ଥାପି. ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପ୍ରଶାସନ ଓ ଟିସ୍କୋ ପ୍ରକଳ୍ପର ସମ୍ପୃକ୍ତ ପଦାଧିକାରୀ ଯୋଗଦେଇଥିଲେ ।