Home Our Berhampur ସମୁଦ୍ର ପଥରେ ଦିର୍ଘ ୫ଦିନ ଚେନ୍ନାଇରୁ ଡଙ୍ଗା ଦ୍ୱାରା ୨୭ଜଣ ଶ୍ରମିକ ପହଂଚିବା ପରେ କ୍ୱାରେଣ୍ଟାଇନ୍ରେ...

ସମୁଦ୍ର ପଥରେ ଦିର୍ଘ ୫ଦିନ ଚେନ୍ନାଇରୁ ଡଙ୍ଗା ଦ୍ୱାରା ୨୭ଜଣ ଶ୍ରମିକ ପହଂଚିବା ପରେ କ୍ୱାରେଣ୍ଟାଇନ୍ରେ ରଖିଲା ଇଛାପୁର ପୋଲିସ, ସେମାନଙ୍କ ମଧ୍ୟରୁ ଗଂଜାମ ଜିଲାର୯ଜଣ ।

YouTube video

ସମୁଦ୍ର ପଥରେ ଚେନ୍ନାଇରୁ ଡଙ୍ଗା ଦ୍ୱାରା ୨୭ଜଣ ଶ୍ରମିକ ପହଂଚିବା ପରେ ସେମାନଙ୍କୁ ଇଛାପୁର ପୋଲିସ ପକ୍ଷରୁ କ୍ୱାରେଣ୍ଟାଇନ୍ରେ ରଖାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ଦିନ ଧରି ସମୁଦ୍ର ପଥରେ ଏହି ଶ୍ରମିକମାନେ ଯାତ୍ରା କରି ସୋମବାର ତଟରେ ଓହ୍ଲାଇବା ପରେ ଆନ୍ଧ୍ର ପୋଲିସ ସେମାନଙ୍କ ଆଧାର କାର୍ଡ ଯାଂଚ ସହ ଅନ୍ୟାନ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ୯ଜଣ ଗଂଜାମ ଜିଲା ଚିକିଟି ବ୍ଲକ୍ ପାତି ସୁନାପୁରର ହୋଇଥିବାବେଳେ ଜଣେ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି । କରୋନା କଟକଣା ପାଇଁ ସେମାନଙ୍କୁ ଇଛାପୁର ପୋଲିସ ତରଫରୁ ସୁରକ୍ଷିତଭାବେ ରଖାଯାଇଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି ।