କରୋନା କଟକଣା, ଗଂଜାମ ଜିଲ୍ଲାରେ ପୂର୍ବଭଳି ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦୋକାନ ।

କରୋନା କଟକଣା ପାଇଁ ଗଂଜାମ ଜିଲ୍ଲାରେ ପୂର୍ବଭଳି ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ପୁନର୍ବାର ସୁଚନା ଦେଇଛନ୍ତି । ତେବେ ପ୍ରତ୍ୟେକ ବ୍ୟାଙ୍କ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଛନ୍ତି । ସମସ୍ତ ଜନସାଧାରଣ ମାକ୍ସ ପରିଧାନ କରିବା ସହ ସମଦୁରତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁ ବ୍ୟାଙ୍କ କରୋନା ନିୟମକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କୁଲାଂଗେ କହିଛନ୍ତି । ତେଣୁ ସମସ୍ତେ କରୋନା ଭୁତାଣୁରୁ ଦୁରେଇ ରହିବା ପାଇଁ ସଚେତନ ହେବାକୁ ଜିଲ୍ଲାପାଳ କୁଲାଂଗେ ପ୍ରକାଶ କରିଛନ୍ତି ।