ମହାନଗରରେ ସାହି ସାହି ବୁଲି କରୋନା ପାଇଁ ଥର୍ମୋ ମିଟରରେ ସମସ୍ତଙ୍କ ତାପମାତ୍ରା ଦେଖାଯାଇକରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା, ପ୍ରଥମ ଦିନରେ ୧୦ଟି ୱାର୍ଡରେ ୬ହଜାର ୨୧୩ଜଣଙ୍କ ସ୍କ୍ରିନିଂ ।

YouTube video

ବ୍ରହ୍ମପୁର ମହାନଗରରେ ବିଭିନ୍ନ ସାହି ସାହି ବୁଲି କରୋନା ପାଇଁ ଥର୍ମୋ ମିଟରରେ ସମସ୍ତଙ୍କ ତାପମାତ୍ରା ଦେଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯାହା ଫଳରେ କୌଣସି ଲୋକ ଅସୁସ୍ଥ ଥିଲେ କିମ୍ବା ଥଣ୍ଡା ଜ୍ୱରରେ ଆକ୍ରାନ୍ତ ଥିଲେ ସେମାନଙ୍କୁ ସହଜରେ ଚିହ୍ନଟ କରି ହେଉଛି । ପ୍ରଥମ ଦିନରେ ୧୦ଟି ୱାର୍ଡରେ ପ୍ରାୟ ୬ହଜାର ୨୧୩ଜଣଙ୍କ ଏପରି ସ୍କ୍ରିନିଂ କରାଯାଇଛି । ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ପରାମର୍ଶକ୍ରମେ ଏପରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ମଂଗଳବାର ୨୯ ଓ ୩୨ନଂ ୱାର୍ଡରେ ଏପରି ପରୀକ୍ଷା କରାଯାଇଥିଲା । ଏଥିରେ ଅଂଗନବାଡ଼ି କର୍ମୀ, ଆଶା କର୍ମୀ, ଫାର୍ମାସିଷ୍ଟ, ଏଏନ୍ଏମ୍ ପ୍ରମୁଖ ସହଯୋଗ କରିଥିଲେ । ଗୋଇଲୁଣ୍ଡି, ଗୋଦାବରିଶ ନଗର ଓ ହାତିବନ୍ଧ ସାହି ସମେତ ଅନ୍ୟାନ୍ୟ ସାହି ଗୁଡ଼ିକରେ ଏପରି ଘରକୁ ଘର ବୁଲି ପରୀକ୍ଷା କରାଯାଇଥିଲା ।