
ଇଂଜିନିୟରିଂ ସ୍କୁଲ ଛକ ନିକଟରେ ଥିବା କିଛି ଅସ୍ଥାୟୀ ଦୋକାନ ରବିବାର ସଂଧ୍ୟାରେ ନିଆଁ ଲାଗି ପୋଡ଼ିଯାଇଛି । ଅଗ୍ନିକାଣ୍ଡର ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀ ଓ ବୈଦ୍ୟନାଥପୁର ଥାନା ପୋଲିସର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ଏହି ଅଗ୍ନିକାଣ୍ଡରେ ଦୋକାନ ମଧ୍ୟରେ ଥିବା ବହୁ ସାମଗ୍ରୀ ପୋଡ଼ିଯାଇଥିଲା ।






