
କରୋନା କଟକଣା ସମୟରେ ବହୁ ଜନସାଧାରଣ ଆନ୍ତଜିଲ୍ଲା ତଥା ଆନ୍ତରାଜ୍ୟ ଯାତାୟତପାଇଁ ଜିଲ୍ଲା ପୋଲିସ ବିଭାଗ ତରଫରୁ ପାସ ପାଇଁ ଅନୁରୋଧ କରୁଛନ୍ତି । କିନ୍ତୁ ଏହି ଦାୟିତ୍ୱ ପୋଲିସର ନୁହେଁ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି । ତେବେ ଇନ୍ସିଡେଣ୍ଟ କାମାଣ୍ଡାଣ୍ଟ ସାଧାରଣତଃ ତହସିଲଦାର ତଥା ଡିଏମ୍ ତଥା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକୃତ ଯେ କୌଣସି ଅଧିକାରୀ ଏହିପରି ଯାତାୟତପାଇଁ ପାସ ପ୍ରଦାନ କରିବାକୁ ଅନୁମତି ପ୍ରାପ୍ତ ବୋଲି ସେ କହିଛନ୍ତି । ଚିକିତ୍ସା ମାମଲା, ଅତ୍ୟାବଶ୍ୟକୀୟ ଦ୍ରବ୍ୟ କ୍ରୟ, ଡ୍ୟୁଟିରେ ଥିବା ସରକାରୀ କିମ୍ବା ଅନ୍ୟାନ୍ୟ ବର୍ଗ ପାଇଁ ଜିଲ୍ଳା ମଧ୍ୟରେ ଗତିବିଧି ପାଇଁ କୌଣସି ପାସର ଆବଶ୍ୟକତା ନାହିଁ ବୋଲି ଏସ୍ପି ସୁଚନା ଦେଇଛନ୍ତି । ତେଣୁ ଆନ୍ତଜିଲ୍ଲା ଗତିବିଧି କ୍ଷେତ୍ରରେ ପାସ ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇପାରିବେ ବୋଲି ସେ ସୁଚନା ଦେଇଛନ୍ତି ।






