
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାରଦିନ ରାଜ୍ୟରେ ଏକାଥରକେ ୧୩ଜଣଙ୍କୁ କରୋନା ପଜିଟିଭଭାବେ ଚିହ୍ନଟ କରାଯାଇଛି । ଏହା ଫଳରେ ବର୍ତ୍ତମାନ ରାଜ୍ୟରେ ସର୍ବମୋଟ ୭୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବ୍ରହ୍ମପୁରରେ ଏଯାବତ କେହିହେଲେ କରୋନା ପଜିଟିଭଭାବେ ଚିହ୍ନଟ ହୋଇନଥିବା ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ । ରବିବାରସୁଦ୍ଧା ଏମ୍କେସିଜି ମେଡ଼ିକାଲ କଲେଜକୁ ମିଶାଇ ୮୧୦ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଏମ୍କେସିଜିକୁ ମିଶାଇ ଏଯାବତ ରିପୋର୍ଟ ଅନୁଯାୟୀ ୬୪୭ଜଣ ନେଗେଟିଭ ରହିଛନ୍ତି ।






