
ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ଶୁକ୍ରବାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବିନାୟକ ଆଚାର୍ଯ୍ୟ ସ୍ମୃତି ବକ୍ରୃତାମାଳା ଆୟୋଜନ କରାଯାଇଥିଲା । ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିରୂପେ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ସ୍ୱର୍ଗତ ଆଚାର୍ଯ୍ୟଙ୍କ ନିତି ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜସେବୀ କାହ୍ନୁ ଚରଣ ପାତ୍ର, ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସୁର୍ଯ୍ୟନାରାୟଣ ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବବେଳେ ମୁଖ୍ୟ ବକ୍ତାଭାବେ ରାଜଧାନୀ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡକ୍ଟର ଦେବାଶିଷ ପାତ୍ର ଯୋଗଦେଇ ସୃଜନଶୀଳ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ସଂଯୋଜକ ଡକ୍ଟର ଆନନ୍ଦ ସେଠୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ଏଠାରେ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏନ୍ଏସ୍ଏସ୍ ୱାଇଆର୍ସି ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।






