Home Breaking ଗଂଜାମ ଜିଲ୍ଲାରେ ଲକ୍ ଡାଉନ କଟକଣା ୨୦ ତାରିଖରୁ କୋହଳ କରିବା ପାଇଁ ଜିଲ୍ଲାପାଳଙ୍କ...

ଗଂଜାମ ଜିଲ୍ଲାରେ ଲକ୍ ଡାଉନ କଟକଣା ୨୦ ତାରିଖରୁ କୋହଳ କରିବା ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି, ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ ଖୋଲା କିନ୍ତୁ ସାମାଜିକ ଦୁରତା ଅବଲମ୍ବନ ବାଧ୍ୟତାମୂଳକ ।

YouTube video

ଗଂଜାମ ଜିଲ୍ଲାରେ ଲକ୍ ଡାଉନ କଟକଣାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ୨୦ ତାରିଖରୁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ ନିଆଯାଇଥିବା କଟକଣା ମଧ୍ୟରେ ଜରୁରୀ କାଳୀନ ସମୟରେ ଜଣେ ଜଣେ ଚାଳକଙ୍କ ଦ୍ୱାରା ଗାଡ଼ି ଚଳାଯାଇପାରିବ । କିନ୍ତୁ ବିନା କାରଣରେ କେହି ଘରୁ ବାହାରି ପାରିବେ ନାହିଁ । ଅତ୍ୟାବଶ୍ୟକିୟ ସାମଗ୍ରୀ ଦୋକାନ ଖୋଲା ରହିବ, କିନ୍ତୁ ସମସ୍ତେ ସାମାଜିକ ଦୁରତା ଅବଲମ୍ବନ କରିବେ । ଯଦି ଏହି ନିୟମକୁ କିଏ ଉଲଂଘନ କରେ ତେବେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଘରୁ ବହାରକୁ ବାହାରିଲେ ମାକ୍ସ ପିନ୍ଧିବା ଜରୁରୀ । ଔଷଧ, ସାର, ପନି ପରିବା ଓ ସୌଦା ଦୋକାନ ଖୋଲା ରହିବ । ଅତି ଆବଶ୍ୟକ ସାମଗ୍ରୀକୁ ବିକ୍ରି ଉପରେ କୌଣସି ସମୟ ସୀମା ନାହିଁ । କିନ୍ତୁ ଗୁଟଖା, ପାନ, ଚା ଓ ମଦ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ କୁଲାଂଗେ ସୁଚନା ଦେଇଛନ୍ତି ।