
କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ,କଲେଜ ବନ୍ଦ ରଖାଯାଇଛି । ଏହାଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି ହୋଇଛି । ବହୁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଂଚିତ ରହିଛନ୍ତି । ଏପରି ଶିକ୍ଷାରେ ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ବିଭିନ୍ନ ଘରୋଇ ବିଦ୍ୟାଳୟ ତରଫରୁ ଅନ୍ଲାଇନ ଶିକ୍ଷା ଆରମ୍ଭ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ବାସଭବନରେ ରହି ଛାତ୍ରଛାତ୍ରୀମାନଙ୍କୁ ୱାଟସ ଅପ୍ ଏବଂ ଅନ୍ ଲାଇନ ଭିଡିଓ ମାଧ୍ୟମରେ ପ୍ରତିଦିନ ବିଭିନ୍ନ ବିଷୟ ନେଇ ଶିକ୍ଷା ପ୍ରଦାନ କରୁଛନ୍ତି । କେତେକ ୟୁଟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ସଂଦେହ ଦେଖାଗଲେ ସେମାନେ ଫୋନ ମାଧ୍ୟମରେ ସଂଦେହ ଦୁର କରୁଛନ୍ତି । ଅନ୍ଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହୋମ ୱାର୍କ ଦିଆଯାଉଛି । ଏପରି ଅନ୍ଲାଇନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।






