
ମେ ୩ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ପାଇଁ ଲକ୍ଡାଉନ ଘୋଷଣା କରାଯାଇଛି । ଏଥିପାଇଁ ପ୍ରତିଦିନ ଜିଲ୍ଲା ପ୍ରଶାସନ ତରଫରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଗଂଜାମ ଏସ୍ପି ବ୍ରିଜେଶ ରାଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ବ୍ରହ୍ମପୁର ଉପଜିଲ୍ଳାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅଂଚଳପ୍ରତି ଦୃଷ୍ଟି ଦିଆଯାଉଛି । ବିଶେଷ କରି ଆନ୍ଧ୍ରର ସୀମାନ୍ତ ଅଂଚଳରେ ଟ୍ରକ୍ ଚାଳକ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । କରୋନାକୁ ଦୃଷ୍ଟିରେ ରଖି ବର୍ଡର ଅଂଚଳରେ ଟ୍ରକ୍ ଚାଳକ ଓ ହେଲପର ମାନଙ୍କୁ ସାନିଟାଇଜେସନ କରାଯାଉଛି । ଏଥିପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତିଦିନ ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ଟ୍ରକ୍ ଓ ଆମ୍ଭୁଲାନସ ଯାଂଚ କରାଯାଇ ଚାଳକମାନଙ୍କୁ ସାନିଟାଇଜେସନ କରାଯିବା ପରେ ସେମାନଙ୍କୁ ତନଖି କରାଯାଇ ଛଢ଼ାଯାଉଛି । ଯଦି କୌଣସି ବ୍ୟକ୍ତି ଲୁଚି ଛପି ବାହାର ରଜ୍ୟରୁ ଆସନ୍ତି ତେବେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ପ୍ରକୋÂରେ ରଖାଯାଉଛି । ତେଣୁ ପ୍ରତିଦିନ ଜାତୀୟ ରାଜପଥରେ ଯାଂଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି ।






