Home Regional ଗଂଜାମ ଜିଲ୍ଲାରେ କରୋନା କଟକଣା ଲାଗି ରହିଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ସ୍ଥିତି ତଦାରଖ କରୁଛନ୍ତି...

ଗଂଜାମ ଜିଲ୍ଲାରେ କରୋନା କଟକଣା ଲାଗି ରହିଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ସ୍ଥିତି ତଦାରଖ କରୁଛନ୍ତି ଗଂଜାମ ଜିଲ୍ଲାପାଳ, ସମାଧାନ କରୁଛନ୍ତିି ଲୋକଙ୍କ ବିଭିନ୍ନ ସମସ୍ୟା ।

YouTube video

ଗଂଜାମ ଜିଲ୍ଲାରେ କରୋନା କଟକଣା ଲାଗି ରହିଥିବାବେଳେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କିପରି ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ପ୍ରତିଦିନ ବିଭିନ୍ନ ବ୍ଲକ୍ ପରିଦର୍ଶନ କରୁଛନ୍ତି । କରୋନା କଟକଣା ଫଳରେ ଜନସାଧାରଣ ସୁରକ୍ଷିତଭାବେ ରହିଛନ୍ତି କି ନାହିଁ, ସେମାନଙ୍କୁ ସରକାରୀ ଯୋଜନା ଅନୁଯାୟୀ ସୁବିଧା ପ୍ରଦାନ କରାଯାଉଛି କି ନାହିଁ ଏଥିନେଇ ଜିଲ୍ଲାପାଳ ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଜିଲ୍ଲାପାଳ କୁଲାଂଗେ ଦିଗପହଣ୍ଡି ବ୍ଲକ୍ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ସେଠାରେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କ ସହ କରୋନାକୁ ରୋକିବାପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଗୋକର୍ଣ୍ଣପୁର ନବ ନିର୍ମାଣ ଶିଶୁ ଉଦ୍ୟାନ ପାର୍କ ପରଖି ଏହାର କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଦିଗପହଣ୍ଡି ବ୍ଲକ୍ ଅଂଚଳରେ ଜନସାଧାରଣ କିପରି ନିଜ ନିଜ ବାସଭବନରେ ସୁରକ୍ଷିତଭାବେ ରହିପାରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଏଠାରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।