Home Breaking କରୋନା କଟକଣା, ବାହାରେ ବୁଲୁଛନ୍ତି ବହୁ ଅମାନିଆ, ମହାନଗରର ବିଭିନ୍ନ ସ୍ଥାନରେ ଏମାନଙ୍କୁ ନଜର ରଖିଛି...

କରୋନା କଟକଣା, ବାହାରେ ବୁଲୁଛନ୍ତି ବହୁ ଅମାନିଆ, ମହାନଗରର ବିଭିନ୍ନ ସ୍ଥାନରେ ଏମାନଙ୍କୁ ନଜର ରଖିଛି ଡ୍ରୋନ କ୍ୟାମେରା, ନିୟମ ଭାଙ୍ଗିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ।

YouTube video

କରୋନା କଟକଣା ଲାଗି ରହିଥିବାବେଳେ ବ୍ରହ୍ମପୁରରେ ବହୁ ଅମାନିଆ ଲୋକ ବିନା କାରଣରେ ବାହାରେ ବୁଲୁଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ମହାନଗରର ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ଦ୍ୱାରା ଆକାଶ ମାର୍ଗରୁ ଫଟୋ ଉତ୍ତୋଳନ କରାଯାଉଛି । ଏହାଦ୍ୱାରା ଜନସାଧାରଣଙ୍କ ଗିତିବିଧି ଲକ୍ଷ୍ୟ କରାଯାଇ ତୁରନ୍ତ ପୋଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଶୁକ୍ରବାର ଅପରାହ୍ନରେ ଟ୍ରାଫିକ ଡିଏସ୍ପି ସାର୍ଥକ ରାୟଙ୍କ ଉପସ୍ଥିତିରେ ଆଂକୁଲି ଓ ଶିଳ୍ପାଂଚଳ ଅଂଚଳରେ ଡ୍ରୋନ କ୍ୟାମେରା ଦ୍ୱାରା ଫଟୋ ଉତ୍ତୋଳନ କରାଯାଇଥିଲା । କରୋନାରୁ ରକ୍ଷା ପାଇବାକୁ ହେଲେ କୌଣସି ଜନସାଧାରଣ ଘରୁ ନ ବାହାରିବାପାଇଁ ପରାମର୍ଶ ଦିଆଯାଇଛି । ତେବେ କେତେକ ସ୍ଥାନରେ ପିଲା ଓ ଯୁବକମାନେ କ୍ରିକେଟ ଖେଳୁଥିବାବେଳେ ଆଉ କେତେକ ସ୍ଥାନରେ ଅଯଥାରେ ମେଳି ବାନ୍ଧି ଗପସପ କରୁଥିବା ଲକ୍ଷ୍ୟ କରାଯାଇଛି । ତେଣୁ ଏ ସବୁରୁ ନିବୃତ୍ତ ରହିବାପାଇଁ ପୋଲିସ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି ବିନା କାରଣରେ କୌଣସି ସ୍ଥାନରେ ଭୀଡ଼ କରାଯାଏ ତେବେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।