Home Our Berhampur ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବହୁ ପୁରାତନ ହରିଣ ପାର୍କରୁ ସମସ୍ତ ହରିଣଙ୍କୁ ବନ ବିଭାଗ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବହୁ ପୁରାତନ ହରିଣ ପାର୍କରୁ ସମସ୍ତ ହରିଣଙ୍କୁ ବନ ବିଭାଗ ତରଫରୁ ଗଜପତି ଜିଲ୍ଲା ଲଖାରି ଜଂଗଲ ସ୍ଥାନାନ୍ତର ।

YouTube video

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବହୁ ପୁରାତନ ହରିଣ ପାର୍କରୁ ସମସ୍ତ ହରିଣଙ୍କୁ ବନ ବିଭାଗ ତରଫରୁ ଧରାଯାଇ ଗଜପତି ଜିଲ୍ଲା ଅନ୍ତର୍ଗତ ଲଖାରି ଜଂଗଲରେ ଛାଡ଼ି ଦିଆଯାଇଛି । ସମସ୍ତ ହରିଣ ଚାଲିଯିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କଟି ଖାଲି ହୋଇ ପଡ଼ିରହିଛି । ଏହି ହରିଣ ଗୁଡ଼ିକୁ ବନ ବିଭାଗର କର୍ମଚାରୀମାନେ କାବୁ କରି ଗାଡ଼ିଦ୍ୱାରା ଲଖାରି ଜଂଗଲକୁ ନେଇଥିଲେ । ଏହି ହରିଣ ପାର୍କରୁ ଲଖାରି ଜଂଗଲକୁ ସ୍ଥାନାନ୍ତର କରାଯାଇଥିବା ହରିଣ ଗୁଡ଼ିକୁ ସୁରକ୍ଷିତଭାବେ ରଖାଯିବ ବୋଲି ଡିଏଫ୍ଓ ଅମ୍ଲାନ ନାୟକ ସୁଚନା ଦେଇଛନ୍ତି । ହରିଣ ସ୍ଥାନାନ୍ତର ସମୟରେ ରେଂଜର ଏ.ରାଜାରାଓ ସୁବୁଦ୍ଧି, ଫରେଷ୍ଟ ଗାର୍ଡ ଅମରେଶ ଦାସଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।