
କରୋନା କଟକଣାକୁ ଦୃଷ୍ଟିରେ ରଖି ମାକ୍ସର ଆବଶ୍ୟକତା ରହୁଛି । ଏପରି ମାକ୍ସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଟିଆଇ ଶିକ୍ଷାନୁଷ୍ଠାନ ତରଫରୁ ଏକ ହଜାର ମାକ୍ସ ପ୍ରସ୍ତୁତ କରାଯାଇଥିଲା । ଏହି ସମସ୍ତ ମାକ୍ସ ଗୁଡ଼ିକୁ ଶୁକ୍ରବାର ବ୍ରହ୍ମପୁର ଉପଜିଲ୍ଳାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କୁ ଆଇଟିଆଇ ଶିକ୍ଷାନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲା । ଏହି ମାକ୍ସ ଗୁଡ଼ିକ କରୋନାରୁ ମୁକ୍ତି ପାଇବାପାଇଁ କାର୍ଯ୍ୟ କରୁଥିବା ସେବକମାନଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।






