Home Regional କରୋନା ଲକ୍ ଡାଉନକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ତରଫରୁ ମିଲ୍ ଯୋଜନା ଆରମ୍ଭ, ଗରୀବ...

କରୋନା ଲକ୍ ଡାଉନକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ତରଫରୁ ମିଲ୍ ଯୋଜନା ଆରମ୍ଭ, ଗରୀବ ଅସହାୟଙ୍କୁ ଯୋଜନା ଜରିଆରେ ପ୍ରଦାନ କରାଯିବ ସୌଦା ସାମଗ୍ରୀ ।

YouTube video

ଜିଲ୍ଲା ପ୍ରଶାସନ ତରଫରୁ ଛତ୍ରପୁରରେ କରୋନା ଲକ୍ ଡାଉନକୁ ଦୃଷ୍ଟିରେ ରଖି ମିଲ୍ ଯୋଜନାର ଶୁଭାରମ୍ଭ କରାଯାଇଛି । ଗରୀବ ଅସହାୟ ହିତାଧିକାରୀଙ୍କୁ ଏହି ମିଲ୍ ଯୋଜନା ଜରିଆରେ ସୌଦା ସାମଗ୍ରୀ ପ୍ରଦାନ କରାଯାଉଛି । ଯେକୌଣସି ସ୍ୱେଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଏହି କରୋନା କଟକଣା ପାଇଁ ସାମଗ୍ରୀ ଯୋଗାଇଦେଇ ପାରିବେ । ଏମିତି କିଛି ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ୫କିଲୋ ଲେଖାଁଏ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଖାଇବା ତେଲ, ଏକ କିଲୋ ଲୁଣ, ଏକ କିଲୋ ସୋୟାବିନ୍ ଓ ମସଲା ସଂଗ୍ରହ କରାଯାଇ ଦାନ କରାଯାଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଛତ୍ରପୁର ଏନ୍ଏସି ଅନ୍ତର୍ଗତ ୧୪ନଂ ୱାର୍ଡର ଏନ୍ଏସି କଲୋନୀଠାରେ ବୁଲି ବୁଲି ଏପରି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏଥିରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏପିଡି ସୌମ୍ୟରଂଜନ ହୋତା, ଜଳ ଓ ପରିମଳ ମିଶନର ମହେଶ ତରେଇଙ୍କ ସମେତ ଏନ୍ଏସିର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।