
ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଅଲାଡ଼ିଗଡ଼ଠାରେ ଶୁକ୍ରବାର ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏହାର ଶୁଭାରମ୍ଭ କରିବା ସହ ନିଜେ ରକ୍ତଦାନ କରିଥିଲେ । ରକ୍ତର ଅଭାବ ସମୟରେ ସମସ୍ତେ ରକ୍ତଦାନ କରିବାପାଇଁ ଜିଲ୍ଲାପାଳ କୁଲାଂଗେ ଏଠାରେ ଆହ୍ୱାନ ଦେଇଥିଲେ । ଯେକୌଣସି ବ୍ୟକ୍ତି ରକ୍ତଦାନ କରିବାକୁ ଚାହୁଁଥିଲେ ଏହି ଗାଡ଼ିଦ୍ୱାରା ସେମାନଙ୍କଠାରୁ ରକ୍ତ ସଂଗ୍ରହ କରାଯାଇପାରିବ ବୋଲି ଜିଲ୍ଲାପାଳ କୁଲାଂଗେ ଏଠାରେ ସୁଚନା ଦେଇଥିଲେ ।






