ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ବିଜେଡି ତରଫରୁ କରୋନା କଟକଣା ଯୋଗୁଁ ନିରାଡମ୍ବରଭାବେ ଘରେ ଘରେ ପାଳିତ ।

YouTube video

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ କରୋନା କଟକଣା ଯୋଗୁଁ ବିଜୁବାବୁଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ନିଷ୍ପତ୍ତି ଯୋଗୁଁ ଶୁକ୍ରବାର ରାଜ୍ୟବ୍ୟାପୀ ଘରେ ଘରେ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବ୍ରହ୍ମପୁରରେ ବହୁ ବିଜେଡ଼ି କର୍ମୀ ଓ ନେତାମାନଙ୍କ ଦ୍ୱାରା ନିଜ ନିଜ ଘର ମଧ୍ୟରେ ବିଜୁ ବାବୁଙ୍କ ଫଟୋଚିତ୍ର ରଖାଯାଇ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ନାରୀନେତ୍ରୀ ଲକ୍ଷ୍ମୀ ପ୍ରିୟା ପାଢ଼ୀ, ପୂର୍ବତନ କର୍ପୋରେଟର ଆର୍.ମୁରଲୀ ମୋହନଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି କର୍ମୀ ନିଜ ନିଜ ବାସଭବନରେ ନିଜ ପରିବାର ସହ ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ କରିଥିଲେ । ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଯାୟୀ ଭ୍ରାମ୍ୟମାଣ ଯାନରେ ରକ୍ତଦାନ କରିଥିଲେ ।