
ସେପ୍ଟେମ୍ବର ୧ ତାରିଖରୁ ବ୍ରହ୍ମପୁରରେ ନୂତନ ଟ୍ରାଫିକ ଆଇନ ଲାଗୁ ହେବ ବୋଲି ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି । ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇଲେ ୧ହଜାର, ସିଟ୍ ବେଲ୍ଟ ବାନ୍ଧିନଥିଲେ ୧ହଜାର, ସିଗ୍ନାଲ ନ ମାନିଲେ ୫ହଜାର, ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ହଜାର, ଯୋଗ୍ୟତା ଅନୁସାରେ ଗାଡ଼ି ନଚଳାଇଲେ ୫ହଜାର, ବେପରୁଆ ଗାଡ଼ି ଚଳାଇଲେ ୫ ହଜାର, ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ହଜାର, ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ୧୦ ହଜାର, ମୋବାଇଲ୍ରେ କଥା ହୋଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ସୁଚନାଯୋଗ୍ୟ ସହରରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ ମାଧ୍ୟମରେ ବେଆଇନ ଗାଡ଼ି ଚାଳକ ତଥା ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଚାଲାଣ କଟାଯାଇ ମୋବାଇଲ୍ରେ ଜୋରିମାନା ଅର୍ଥ ସମ୍ପର୍କିତ ମେସେଜ ପରିବହନ ବିଭାଗ ପକ୍ଷରୁ ଦିଆଯିବ ବୋଲି ଏସ୍ପି ମିଶ୍ର ସୁଚନା ଦେଇଛନ୍ତି । ବର୍ତ୍ତମାନ ଏହି ନିୟମ ଭୂବନେଶ୍ୱରଠାରେ ଲାଗୁ ହୋଇଛି । ଏପରି ନିୟମ ବ୍ରହ୍ମପୁରରେ ଲାଗୁ ହେଉଥିବା ଯୋଗୁଁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।






