କରୋନା ମୁକାବିଲା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ ।

YouTube video

କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଉଛି । ସାଂସଦ ଓ ବିଧାୟକମାନଙ୍କଠାରୁ ଆରମ୍ଭ କରି ବଦାନ୍ୟ ବ୍ୟକ୍ତି, ସ୍ୱେଛାସେବୀ ଓ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଯୋଗାଉଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ କାଜୁ ପ୍ରକ୍ରୀୟା କରଣ ସଂଘ ତରଫରୁ ବୁଧବାର ସଂଧ୍ୟାରେ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ଜରିଆରେ ୩ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଂଘ ସଭାପତି ପି.ରାମଚନ୍ଦ୍ର ପୃଷ୍ଟି, ସମ୍ପାଦକ ପ୍ରକାଶ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ନିରଂଜନ ପାତ୍ର ଓ କୋଷାଧ୍ୟକ୍ଷ କେ.କଲ୍ୟାଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।