ପୁଣି ଅଲୋଡା ସଦ୍ୟଜାତ ଶିଶୁ କନ୍ୟା, ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଗାମୁଛା ଗୁଡା ଅବସ୍ଥାରେ ମିଳିଲା ଶିଶୁର ଶବ ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଗୁରୁବାର ଏକ ସଦ୍ୟଜାତ ଶିଶୁ କନ୍ୟାର ଶବ ପଡ଼ିରହିଥିବା ଲକ୍ଷ୍ୟ କରାଯାଇଥିଲା । କୌଣସି ବ୍ୟକ୍ତି ଶିଶୁର ଶବଟିକୁ ଏକ ଗାମୁଛା ଦ୍ୱାରା ଘୋଡ଼ାଇ ଫିଙ୍ଗି ଚାଲିଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏପରି ଅଭିଯୋଗକ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶିଶୁର ଶବଟିକୁ ସେଠାରୁ ଉଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି । କରୋନା ସମୟରେ ଏପରି ସଦ୍ୟଜାତ ଶିଶୁ କନ୍ୟାର ଶବକୁ ଫିଙ୍ଗାଯିବା ଘଟଣା ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ।