ଲକ୍ ଡାଉନ ସ୍ଥିତି ପରଖିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଉଡୁଛି ଡ୍ରୋନ କ୍ୟାମେରା, ବିଭିନ୍ନ ସ୍ଥାନରେ ଲୋକମାନେ ବୁଲାବୁଲି କରୁଥିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ।

YouTube video

ଲକ୍ ଡାଉନ ସ୍ଥିତି ପରଖିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ତତ୍ୱାବଧାନରେ ମହାନଗରର ବିଭିନ୍ନ ସ୍ଥାନରେ ଏପରି କ୍ୟାମେରା ଆକାଶରେ ବୁଲାଯାଇ ଫଟୋ ଉତ୍ତୋଳନ କରାଯିବା ସହ ସ୍ଥିତି ଯାଂଚ କରାଯାଉଛି । ବୁଧବାର ଟ୍ରାଫିକ ଡିଏସ୍ପି ସାର୍ଥକ ରାୟ ଉପସ୍ଥିତ ରହି ଗେଟବଜାର ଓ ଗଜପତି ନଗର ଛକଠାରେ ଡ୍ରୋନ କ୍ୟାମେରା ଦ୍ୱାରା ଫଟୋ ଉତ୍ତୋଳନ କରି ସ୍ଥିତି ପରଖି ଥିଲେ । ଲକ୍ ଡାଉନ ଯୋଗୁଁ ଘରୁ କେହି ନ ବାହାରିବାକୁ କୁହାଯାଇଥିଲେ ମଧ୍ୟ ବହୁ ସ୍ଥାନରେ ଲୋକମାନେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ଗଜପତି ନଗର ଅଂଚଳରେ ଥିବା ଏକ ଖୋଲା ସ୍ଥାନରେ କ୍ରିକେଟ ଖେଳ ଚାଲୁଥିବା ଲକ୍ଷ୍ୟ କରାଯାଇଥିଲା । କିଛି ଲୋକ ବାଇକ ଧରି ବୁଲାବୁଲି କରୁଥିବା ପରିଲକ୍ଷିତ ହୋଇଥିଲା । ଏପରି ଅମାନିଆଙ୍କୁ ଠାବ କରାଯାଇ ସେମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉଛି ।