ଲକଡାଉନ ସମୟରେ କିଛି ଲୋକ ବାହାର ରାଜ୍ୟକୁ ଯିବାପାଇଁ ଆମ୍ଭୁଲାନ୍ସର ସାହାର୍ଯ୍ୟ ନେଉଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ ଯାଂଚ କଡାକଡି ।

YouTube video

କରୋନା କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରୁ ନ ବାହାରିବାପାଇଁ ନିର୍ଦେଶ ଜାରି ରହିଛି । ମେ ୩ ତାରିଖ ପର୍ଯ୍ୟନ୍ତ ଏପରି ଲକ୍ ଡାଉନ କଟକଣା ଫଳରେ କେହିହେଲେ ଘରୁ ନ ବାହାରିବାପାଇଁ କୁହାଯାଇଛି । ତେବେ କିଛି ଲୋକ ବାହାର ରାଜ୍ୟକୁ ଯିବାପାଇଁ ଆମ୍ଭୁଲାନ୍ସର ସାହାର୍ଯ୍ୟ ନେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଗୋଳନ୍ଥରା ଥାନା ପକ୍ଷରୁ ଆମ୍ଭୁଲାନ୍ସ ଗୁଡ଼ିକୁ ଯାଂଚ କରାଯାଇଥିଲା । ଅତିରିକ୍ତ ତହସିଲଦାର ଆମ୍ଭୁଲାନ୍ସ ଗୁଡ଼ିକର କାଗଜପତ୍ର ଯାଂଚ କରିଥିଲେ ।