ଘରୋଇ ହିଂସା ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଗଂଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ପଦକ୍ଷେପ

YouTube video

ଘରୋଇ ହିଂସା ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଗଂଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି । ଲକ୍ ଡାଉନ ଯୋଗୁଁ ଘରୋଇ ହିଂସାର ଶିକାର ହେଉଥିବା ଲୋକମାନେ ସିଧାସଳଖ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଜ ନିଜର ଅଭିଯୋଗ କରିପାରିବେ ବୋଲି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ୫ଟି ହେଲ୍ପ ଲାଇନ ନଂ ଜାରି କରାଯାଇଛି । ଶହେକୁ କଲ୍ କରିବା ସହ ଜିଲ୍ଲା ପୋଲିସ ମୁଖ୍ୟାଳୟ ନିୟନ୍ତ୍ରଣ କକ୍ଷ ନଂ ୦୬୮୦-୨୨୯୦୦୨୨ ସହ ଯୋଗାଯୋଗ କରିପାରିବେ । ସେହିପରି ଅତିରିକ୍ତ ଏସ୍ପିଙ୍କ ମୋବାଇଲ ନଂ ୯୩୩୭୪୩୮୩୨୭, ଡିଏସ୍ପିଙ୍କ ନଂ ୯୦୯୦୪୯୭୦୧୦, ଇନିସ୍ପେକ୍ଟରଙ୍କ ନଂ ୯୪୩୭୩୮୭୬୭୭ ଓ ମହିଳା ଥାନାଧିକାରୀଙ୍କ ନଂ ୯୪୩୯୯୬୨୬୦୮କୁ ମଧ୍ୟ କଲ୍ କରିପାରିବେ ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି ।