କରୋନା କଟକଣା ମହାନଗରରେ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା, ବିଭିନ୍ନ ବଜାର ଓ ରାସ୍ତାରେ ଗାଡ଼ି ଯାଂଚ, ଅମାନିଆଙ୍କ ଗାଡ଼ି ଜବତ କରୁଛି ପୋଲିସ ।

YouTube video

କରୋନା କଟକଣା ଯୋଗୁଁ ବ୍ରହ୍ମପୁର ମହାନଗରରେ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ଜାରି ରହିଛି । ଏହି କଟକଣା ଯୋଗୁଁ ବଡ଼ ବଜାର ଓ ନଡ଼ିଆ ଗୁର୍ଜି ଅଂଚଳରେ ଦୋକାନ ବଜାର ବନ୍ଦ ରହିଛି । ସେହିପରି ପୋଲିସ ପକ୍ଷରୁ ବିଭିନ୍ନ ବଜାର ଓ ରାସ୍ତାରେ ଗାଡ଼ି ଯାଂଚ ସହ ଲୋକମାନଙ୍କୁ କରୋନାର ଭୟାବହତା ନେଇ ସଚେତନ କରାଯାଉଛି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି । ତେବେ ଏହି ସମୟରେ ଗାଡ଼ି ନ ଆଣିବାକୁ ନିର୍ଦେଶ ଜାରି ହୋଇଥିଲେ ମଧ୍ୟ କିଛି ଅମାନିଆ ଗାଡ଼ି ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି । ତେଣୁ ଏଥିପାଇଁ ପୋଲିସ ପକ୍ଷରୁ ଗାଡ଼ି ଗୁଡ଼ିକ ଜବତ କରାଯାଉଛି । କରୋନାରୁ ମୁକ୍ତି ପାଇବାକୁ ହେଲେ ପ୍ରତ୍ୟେକ ଜନସାଧାରଣ ନିଜ ନିଜ ଘର ମଧ୍ୟରେ ରହିବାକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ଉପଜିଲ୍ଳାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ପରାମର୍ଶ ଦେଇଛନ୍ତି ।