ମହାନଗର ନିଗମ ଜରିଆରେ ନୋବେଲ କଜ୍ ସାମାଜିକ ଅନୁଷ୍ଠାନ ତରଫରୁ ଅସହାୟ ଗରୀବ ପରିବାରଙ୍କ ପାଇଁ ୨୦ ହଜାର ପ୍ୟାକେଟ ସୌଦା ସାମଗ୍ରୀ ପ୍ରଦାନ ।

କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ଜରିଆରେ ନୋବେଲ କଜ୍ ସାମାଜିକ ଅନୁଷ୍ଠାନ ତରଫରୁ ଅସହାୟ ଗରୀବ ପରିବାରଙ୍କ ପାଇଁ ବିଭିନ୍ନ ପ୍ରକାର ସୌଦା ସାମଗ୍ରୀ ପ୍ରଦାନ କରାଯାଉଛି । ଚାଉଳ ୫ କିଲୋ, ୧ କେଜି ଅଟା, ୧ କେଜି ଡାଲି ଏବଂ ୨୫୦ ମିଲିଲିଟର ତେଲ ପ୍ୟାକେଟ କରାଯାଇ ପ୍ରଦାନ କରାଯାଉଛି । ପ୍ରାୟ ୨୦ ହଜାର ପ୍ୟାକେଟ ପ୍ରଦାନ କରାଯାଇଥିବା ନେବେଲ କଜ୍ ଅନୁଷ୍ଠାନ ତରଫରୁ ବୁଧବାର ମିଲିଟାରୀ ଲାଇନସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମଗ୍ରୀ ପ୍ୟାକେଟ କରାଯାଉଥିବାବେଳେ କର୍ମକର୍ତ୍ତାମାନେ ଏହି ସୁଚନା ଦେଇଥିଲେ । ଏହି ଅବସରରେ ଅଶୋକ କୁମାର ଲୋହିୟା, ଇଦ୍ରିଶ୍, ସଂତୋଷ କୁମାରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅସହାୟମାନଙ୍କୁ ଏହି କରୋନା ସମୟରେ ସହଯୋଗ ଯୋଗାଇଦିଆଯାଉଥିବା ଯୋଗୁଁ ସମସ୍ତ କର୍ମକର୍ତ୍ତା ଏଥିପାଇଁ ଖୁସି ଅନୁଭବ କରିଛନ୍ତି ।