ଚାଷିଙ୍କୁ ରୋଜଗାରକ୍ଷମ କରିବାକୁ ହିଂଜିଳିକାଟୁ ବ୍ଲକ୍ ପକ୍ଷରୁ ଅଭିନବ ଉପାୟରେ ପନି ପରିବା ସହ ଆଳୁ ପିଆଜ ଓ ଗ୍ରୋସରୀ ସାମଗ୍ରୀ ବିକ୍ରି ପାଇଁ ଗ୍ରୀନ୍ ଅନ୍ ହ୍ୱିଲ୍ ସେବା ଆରମ୍ଭ ।

କରୋନା ଲକ୍ଡାଉନକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରାଯାଉଛି । ଏପରି କଟକଣା ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ଚାଷ କାମ ପାଇଁ କୌଣସି କଟକଣା ନଥିବା କହିଛନ୍ତି । ତେବେ ଚାଷିମାନେ ପନି ପରିବା ବିକ୍ରି ପାଇଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏହା ଫଳରେ ହିଂଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଅନେକ ଗ୍ରାମରେ ପନି ପରିବା ଚାଷ କରୁଥିଲେ ମଧ୍ୟ ଭଲଭାବେ ବିକ୍ରି ହେଉନାହିଁ । ତେଣୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବା କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ହିଂଜିଳିକାଟୁ ବ୍ଲକ୍ ପକ୍ଷରୁ ଅଭିନବ ଉପାୟରେ ପନି ପରିବା ସହ ଆଳୁ ପିଆଜ ଓ ଗ୍ରୋସରୀ ସାମଗ୍ରୀ ବିକ୍ରି ପାଇଁ ଗ୍ରୀନ୍ ଅନ୍ ହ୍ୱିଲ୍ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚାଷୀ ପାଇକାରୀ ଦରରେ ବ୍ୟବସାୟୀଙ୍କୁ ସାମଗ୍ରୀ ନଦେଇ ଅଧିକ କିଛି ଟଙ୍କା ଲାଭ ମିଳିବା ଆଶା ନେଇ ରିକ୍ସାରେ ଗ୍ରାମକୁ ଗ୍ରାମ ବୁଲି ପନିପରିବା ବିକ୍ରୀ ପାଇଁ କେତେକ ଚାଷୀଙ୍କୁ ଅନୁମତି ଦିଆଯାଇଛି । ଆଗାମୀ ଦିନରେ ଏହାର ଚାହିଦା ଓ ସଫଳତାକୁ ଆଖି ଆଗରେ ରଖି ବଜାର ଗୁଡ଼ିକରେ ଭୀଡ଼ କମାଇବା ଉଦେଶ୍ୟ ନେଇ ଏପରି ଠେଲା ଗାଡ଼ି ମାଧ୍ୟମରେ ଅଧିକ ଚାଷୀଙ୍କୁ ସୁବିଧା ଦିଆଯିବ ବୋଲି ହିଂଜିଳିକାଟୁ ଗୋÂୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସୁଚନା ଦେଇଛନ୍ତି ।