ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ କରୋନା ପାଇଁ ସ୍ୱାବ ନମୂନା ପରିକ୍ଷା ହୋଇଥିବାବେଳେ ସମସ୍ତ ନମୂନା ରହିଛି ନେଗେଟିଭ ।

ଭାରତରେ କରୋନା ଯୋଗୁଁ ୩୭୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଓଡ଼ିଶାର ଭୂବନେଶ୍ୱରରେ ଜଣେ ମୂୃତ୍ୟୁ ବରଣ କରିଛନ୍ତି । ସେହିପରି ଓଡ଼ିଶାରେ ୬୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ କରୋନା କବଳରୁ ମୁକ୍ତହୋଇ ଘରକୁ ଫେରିଛନ୍ତି ଏବଂ ଅନ୍ୟ ୪୧ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ୬୦ଜଣଙ୍କ ମଧ୍ୟରୁ ୨୦ଜଣ ମହିଳା ଓ ୪୦ଜଣ ପୁରୁଷ ରହିଛନ୍ତି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ସ୍ୱାବ ନମୂନା ପରିକ୍ଷା ହୋଇଥିବାବେଳେ ସମସ୍ତ ନମୂନା ନେଗେଟିଭ ରହିଛି । ଏମ୍କେସିଜିକୁ ମିଶାଇ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଂଗଳବାରସୁଦ୍ଧା ମୋଟ ୫୭୨ଜଣ ସଂଦିଗ୍ଧଙ୍କ ସ୍ୱାବ ନମୂନା ଭୂବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୮୬ଜଣଙ୍କ ପରୀକ୍ଷା ନେଗେଟିଭ ଆସିଥିବା ଜିଲ୍ଲା ଚିକିତ୍ସାଧିକାରିଙ୍କ କାର୍ଯ୍ୟଳୟ ସୁତ୍ରରୁ ସୁଚନା ମିଳିଛି ।