
କରୋନା କଟକଣା ଜାରି ରହିଥିବାବେଳେ ଜରୁରୀ କାର୍ଯ୍ୟପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ରଖାଯାଇଛି । ତେବେ ସମସ୍ତଙ୍କୁ ବିନା କାରଣରେ ପେଟ୍ରୋଲ ନଦେବା ପାଇଁ ବାରଣ କରାଯାଇଛି । ସେହିପରି ପେଟ୍ରୋଲ ମାଲିକ ସଂଘର ନିର୍ଦେଶକ୍ରମେ ମାକ୍ସ ପରିଧାନ କରିନଥିବା ଲୋକଙ୍କୁ ପେଟ୍ରୋଲ ନ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି । ବୁଧବାର ପିଭିଏନ୍ ପେଟ୍ରୋଲ ପମ୍ପଠାରେ ଲୋକଙ୍କ ସୁବିଧା ପାଇଁ ଏକ ଶୌଚାଳୟର ଶୁଭାରମ୍ଭ କରାଯାଇଛି । ଜରୁରୀ କାଳୀନ ସମୟରେ ଲୋକମାନେ ଏହାକୁ ବ୍ୟବହାର କରିପାରିବେ ବୋଲି କୁହାଯାଇଛି ।






